ଭୁବନେଶ୍ବରରେ ଭୟଙ୍କର ଦୁର୍ଘଟଣା

ଯୁବକଙ୍କ ଉପରେ ମାଡିଗଲା ବସ୍

ରାଜଧାନୀରେ ଦୁର୍ଘଟଣା। ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଇକ୍ ଆରୋହୀକୁ ଧକ୍କା ଦେଇ ଫେରାର ହୋଇଗଲା ବସ। ଘଟଣା ଘଟିଛି ଆଇଗିଣିଆ କସମପିଲିସ ଛକ ନିକଟସ୍ଥ ଓଭରବ୍ରିଜ୍ ଉପରେ। ଧକ୍କା ଦେଇ ଫେରାର ହୋଇଯାଇଥିବା ବସ OSRTC ବସ ବୋଲି ପ୍ରତ୍ୟକ୍ଷଦର୍ଷୀଙ୍କ ବୟାନ।

ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଲୋକେ ଜାତୀୟ ରାଜପଥରେ ରାସ୍ତାରୋକ କରିଥିଲେ। ଜାତୀୟ ରାଜପଥ ୧୬କୁ ଅବରୋଧ କରିବା ସହ ଲୋକମାନେ ଧାରଣ ଦେଇଥିଲେ। ତେବେ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା।

Leave a Reply

Your email address will not be published. Required fields are marked *