ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ମସ୍ତିଷ୍କରେ ଗଭୀର ଆଘାତ ଯୋଗୁଁ ସୌମ୍ୟଙ୍କ ମୃତ୍ୟୁ

ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ବାଲିଅନ୍ତା ଥାନା ଅଞ୍ଚଳରେ ଜିଆରପି କନଷ୍ଟେବଲ୍ ସୌମ୍ୟରଞ୍ଜନଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ରାଜଧାନୀ ଉପକଣ୍ଠରେ ଏହି ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଏହି ଘଟଣାରେ ପୋଲିସର ଗିରଫଦାରୀ ଜାରି ରହିଛି ।

ମସ୍ତିଷ୍କରେ ଗଭୀର ଆଘାତ ଯୋଗୁଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସୌମ୍ୟଙ୍କ ଶରୀରର ୨୧ଟି ସ୍ଥାନରେ ଲାଗିଥିଲା ଗଭୀର ଆଘାତ । ତାଙ୍କୁ କଠିନ ଭାରି ବସ୍ତୁରେ ବାରମ୍ବାର ଆକ୍ରମଣ କରାଯାଇଥିବାର ରିପୋର୍ଟରେ ଦର୍ଶାଯାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ରିପୋର୍ଟରେ ଏକ ପ୍ରକାର ସ୍ପଷ୍ଟ ହୋଇଛି । ନିଶା ଦ୍ରବ୍ୟ ସେବନ ସଂପର୍କରେ ଜାଣିବା ପାଇଁ ନମୁନା ସଂଗ୍ରହ କରାଯାଇ ପୋଲିସକୁ ଦିଆଯାଇଛି ।

Leave a Reply

Your email address will not be published. Required fields are marked *