ଘର କାମ କରୁଥିବା ମହିଳାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କା
ଘର କାମର ମିଳିଲା ବଡ଼ ସ୍ୱୀକୃତି ! । ଗୃହିଣୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ସୁପ୍ରିମକୋର୍ଟ କହିଲେ, ଗୃହିଣୀମାନେ ହେଉଛନ୍ତି ‘ରାଷ୍ଟ୍ର ନିର୍ମାତା’। ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ଏଣିକି ମାସିକ ୩୦ ହଜାର ଟଙ୍କା ହିସାବରେ ମିଳିବ ପ୍ରାପ୍ୟ । ମହିଳାମାନଙ୍କ ଅଦୃଶ୍ୟ ଘରକାମ ଏବଂ ପରିବାର ପ୍ରତି ତାଙ୍କର ଅବଦାନକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ଏକ ଯୁଗାନ୍ତକାରୀ ଓ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ସଡ଼କ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ଏକ ବଡ଼ ପରିବର୍ତ୍ତନ କରି ସୁପ୍ରିମକୋର୍ଟ ଗୃହିଣୀମାନଙ୍କୁ ‘ଦେଶ ଗଠନକାରୀ’ ବା ‘ରାଷ୍ଟ୍ର ନିର୍ମାତା’ର ଆଖ୍ୟା ଦେଇଛନ୍ତି ।କୋର୍ଟ କହିଛନ୍ତି ଯେ, ସେମାନେ ମାଗଣାରେ କରୁଥିବା ଘରକାମର ମୂଲ୍ୟ ଅତିକମରେ ମାସିକ ୩୦ ହଜାର ଟଙ୍କା ହିସାବରେ ଆକଳନ କରାଯିବା ଉଚିତ । ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଏନ. କୋଟିଶ୍ଵର ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।
