ସାଂସଦ ପଦରୁ ଇସ୍ତଫା ଦେଲେ ଟିଏମ୍ସିର ସାଂସଦ ପ୍ରକାଶ ଚିକ୍ ବରାଇକ
ଟିଏମ୍ସିର ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବରାଇକ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ରାଜ୍ୟସଭାରେ ଟିଏମ୍ସିର ସାଂସଦଙ୍କ ସଂଖ୍ୟା ୧୦କୁ ଖସି ଆସିଛି। ଆସନ୍ତା ଗୋଟିଏ ସପ୍ତାହ ଭିତରେ ଟିଏମ୍ସିର ଆଉ ତିନି ଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେବେ ବୋଲି ସୂତ୍ରରୁ ଜଣାପଡ଼ିଛି। ଫଳରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍ସିରେ ସଙ୍କଟ ଆହୁରି ଗଭୀର ହୋଇଛି।ଏହାପୂର୍ବରୁ ଟିଏମ୍ସିର ରାଜ୍ୟସଭା ସାଂସଦ ଶୁଖେନ୍ଦୁ ଶେଖର ରାୟ ଓ ସୁସ୍ମିତା ଦେବ ଇସ୍ତଫା ଦେଇଥିଲେ।
