ରଥ ଉପରକୁ ଉଠିଲା ୬ କାଠ , ପଡ଼ିଲା ଚତୁର୍ଥ ହରିବୋଲ
୪୯ ଦିନରେ ଚଳଚଞ୍ଚଳ ରଥଖଳା । ଆଜି ରଥ ଉପରକୁ ଉଠିଛି, ଛଅ କାଠ ।ଭୋଇ ସେବକ ପକାଇଛନ୍ତି ଚତୁର୍ଥ ହରିବୋଲ୍ ।୨୦୪ ସେବକଙ୍କ ଉପସ୍ଥିତିରେ ଚାଲିଛି ନିର୍ମାଣ କାର୍ଯ୍ୟ ।ତିନି ରଥରେ ରଥରେ ଛନ୍ଦ ଗୟଳ ମୋଡା କାର୍ଯ୍ୟ ଶେଷ ହୋଇ ଯୋଖା ଫିଟିଙ୍ଗ କାର୍ଯ୍ୟ ମଧ୍ୟ ଶେଷ ହୋଇ ସାରିଛି । ୩ ଟି ରଥରେ ସମୁଦାୟ ୪୪ ଟି ଯୋଖା ସଂଯୋଗ ହୋଇଛି ।ଏହାପରେ ପ୍ରଥମ ଭୂଇଁ ରଥ ଉପରକୁ ଯୋଗାଇ ଦେଇଥିଲେ ଭୋଇ ସେବକ । ସମାନ୍ତରାଳ ଭାବରେ ତିନି ରଥର ଚାଳି ରେ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ରଥ ଉପରକୁ ଛ କାଠ ଉଠିଛି ।ପୂର୍ବରୁ ଛ କାଠ ଫ୍ରେମ୍ ପ୍ରସ୍ତୁତ ସରିଥିଲା।ଛ କାଠି ଉଠିବା ପରେ ଭୋଇ ସେବକ ମାନେ ଚତୁର୍ଥ ହରିବୋଲ ଦେଇଛନ୍ତି ।ଏହାପରେ ଭୂଇଁ ସଂଯୋଗ ସହ ଚଉଦ ନାହାକା ଉଠିବ । ଚଳିତ ବର୍ଷ ଜ୍ୟେଷ୍ଠ ମାସରେ ମଳ ମାସ ବା ଅତିରିକ୍ତ ମାସ ଯୋଗ ହୋଇଥିବା ଯୋଗୁଁ ଏଥର ସଅଳ ଚାଲିଛି ନିର୍ମାଣ କାର୍ଯ୍ୟ ।
