ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା

ରଥଯାତ୍ରା ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ପବିତ୍ର ରଥଯାତ୍ରା ଅବସରରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଦେଶବାସୀ, ଓଡ଼ିଶାବାସୀ ଏବଂ ବିଶ୍ୱବ୍ୟାପୀ ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ନିଜ ବାର୍ତ୍ତାରେ କହିଛନ୍ତି ଯେ, ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କର ଏକ ଅଦ୍ୱିତୀୟ ପ୍ରତୀକ। ବିଶ୍ୱରେ ଏଭଳି ପରମ୍ପରା ବିରଳ, ଯେଉଁଠି ସ୍ୱୟଂ ଭଗବାନ ମନ୍ଦିରରୁ ବାହାରି ନିଜ ଭକ୍ତଙ୍କ ମଧ୍ୟକୁ ଆସନ୍ତି ଏବଂ ସମସ୍ତଙ୍କୁ ସମାନ ଦର୍ଶନର ସୁଯୋଗ ପ୍ରଦାନ କରନ୍ତି ।ସେ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଦିବ୍ୟ ଯାତ୍ରା ସମାନତା, ସହଯୋଗ, ଭାଇଚାରା ଓ ମାନବିକତାର ବାର୍ତ୍ତା ଦେଇଥାଏ । ଏହା କେବଳ ଓଡ଼ିଶାର ଗୌରବ ନୁହେଁ, ବରଂ ଭାରତର ଆଧ୍ୟାତ୍ମିକ ଐତିହ୍ୟର ଏକ ଅମୂଲ୍ୟ ପରମ୍ପରା । ରାଷ୍ଟ୍ରପତି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଛନ୍ତି ଯେ, ଜଗନ୍ନାଥଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ବର୍ଷିତ ହେଉ । ଦେଶ ଓ ବିଶ୍ୱରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସଦ୍‌ଭାବନାର ପରିବେଶ ସୃଷ୍ଟି ହେଉ। ପ୍ରତ୍ୟେକ ପରିବାର ସୁଖୀ ରହୁ, ପ୍ରତ୍ୟେକ ଜୀବନ ଆଶା ଓ ଆନନ୍ଦରେ ପରିପୂର୍ଣ୍ଣ ହେଉ ବୋଲି ସେ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *