ଜାନୁଆରୀ ୧୦ରୁ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ
ଜାନୁଆରୀ ୧୦ରୁ ଆରମ୍ଭ ହେବ ଜନଗଣନାର ଦ୍ବିତୀୟ ପର୍ଯ୍ୟାୟ। ୧୫ ଦିନ ନାଗରିକମାନେ ନିଜ ତଥ୍ୟ ନିଜେ ପୋର୍ଟାଲ ଏବଂ ଆପରେ ଭରିପାରିବେ। ଜାନୁଆରୀ ୨୫ ରୁ ଫେବୃଆରୀ ୨୮ ଯାଏଁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ଅଧିକାରୀ। ପ୍ରଥମ ପର୍ଯ୍ୟାୟରେ ଘର ଗଣନା ହୋଇଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟରେ ଲୋକଙ୍କ ତଥ୍ୟ ସଂଗ୍ରହ କରାଯିବ। ପ୍ରଥମ ଥର ପାଇଁ ଡିଜିଟାଲ ସେନ୍ସସ ହେଉଥିବା ବେଳେ ଏଥର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪୦ଟି ପ୍ରଶ୍ନ ପଚରାଯିବ।
ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାରର ତଥ୍ୟ ସହ ଜାତି ବାବଦରେ ମଧ୍ୟ ତଥ୍ୟ ସଂଗ୍ରହ ହେବ। ଏପ୍ରିଲ ମାସ ସୁଦ୍ଧା ଜନଗଣନା ସାରିବାକୁ ଲକ୍ଷ ଥିବା ବେଳେ ଏବେ ମାଷ୍ଟର ଟ୍ରେନରମାନଙ୍କୁ ଦିଆଯାଉଛି ପ୍ରଶିକ୍ଷଣ। ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ ମାଷ୍ଟର ଟ୍ରେନର ଟ୍ରେନିଂ ନେଇସାରିବା ପରେ ସେମାନେ ଜିଲ୍ଲା ସ୍ତରର ଅଧିକାରୀଙ୍କୁ ଟ୍ରେନିଂ ଦେବେ। ଡିସେମ୍ବର ମାସ ଯାଏଁ ଚାଲିବ ଟ୍ରେନିଂ ପ୍ରକ୍ରିୟା।
