ତିନି ଜିଲ୍ଲା ପାଇଁ ୪ ଜଣ IAS ଅଧିକାରୀ
ବନ୍ୟାରେ ପ୍ରଭାବିତ ତିନି ଜିଲ୍ଲା ପାଇଁ ୪ ଜଣ IAS ଅଧିକାରୀଙ୍କୁ ଦାୟିତ୍ୱ । ଗଜପତି ଜିଲ୍ଲା ପାଇଁ ରୀନା ପ୍ରଧାନ, ଅଜିତ କୁମାର ଓ ତେଜସ୍ୱିନୀ ବେହେରାଙ୍କୁ ଗଞ୍ଜାମ ଜିଲ୍ଲା ଏବଂ ଶିବ ମାଲବ୍ୟଙ୍କୁ କନ୍ଧମାଳ ଜିଲ୍ଲା ପାଇଁ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମରେ ୨ ଜଣ,ଗଜପତିରେ ଜଣେ ଓ କନ୍ଧମାଳରେ ଜଣେ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସମସ୍ତ IAS ଅଧିକାରୀଙ୍କୁଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର କ୍ଷମତା ଦିଆଯାଇଛି । ପ୍ୟାକେଜ ପ୍ରଦାନ,ପୁନରୁଦ୍ଧାର କାମ ଓ କ୍ଷୟକ୍ଷତି ଆକଳନ ସ୍ଥିତି ଦେଖିବା ସହ ସ୍ଥିତି ଦେଖି ନିଷ୍ପତ୍ତି ନେଇ ପାରିବେ ।
