ନେପାଳରେ ପୁଣି ହେଲିକପ୍ଟର ଦୁର୍ଘଟଣା

୨ ହେଲିକପ୍ଟର ମୁହାଁମୁହିଁ ଧକ୍କା, ଜଣେ ମୃତ

ନେପାଳରେ ପୁଣି ହେଲିକପ୍ଟର ଦୁର୍ଘଟଣା । ଏଭରେଷ୍ଟ ଅଞ୍ଚଳରେ ଅବତରଣ ବେଳେ ପରସ୍ପର ସହ ଧକ୍କା ହେଲେ ଦୁଇଟି ହେଲିକପ୍ଟର । ଏହି ଭୟଙ୍କର ଦୁର୍ଘଟଣାରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ପାଇଲଟ୍ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନେପାଳର ସୋଲୁଖୁମ୍ବୁ ଜିଲ୍ଲାର ଏଭରେଷ୍ଟ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ଫେରିଚେ ହେଲିପ୍ୟାଡ୍‌ରେ ଅବତରଣ କରିବା ସମୟରେ ଫିସଟେଲ୍ ଏୟାର ଏବଂ ଏୟାର ଡାଇନେଷ୍ଟି ଦ୍ୱାରା ପରିଚାଳିତ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଥିଲେ । ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି ।

Leave a Reply

Your email address will not be published. Required fields are marked *