ବର୍ଷାରେ ବେହାଲ୍ ଦିଲ୍ଲୀ

୧୫ ବିମାନ ଡାଇଭର୍ଟ, ଦ୍ବାରକା ଏକ୍ସପ୍ରେସ ୱେ ପ୍ରଭାବିତ

ମୁମ୍ବାଇ ପରେ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ପାଣି ଭରିବା ଯୋଗୁଁ ଅନେକ ସ୍ଥାନରେ ଜାମ୍ ସ୍ଥିତି ରହିଛି । ବର୍ଷା ଯୋଗୁଁ ଦ୍ବାରକା ଏକ୍ସପ୍ରେସ ୱେ ଅଣ୍ଡରପାସରେ ପାଣି ଭରିବା ଯୋଗୁଁ ଜାମ୍ ଲାଗିଛି । ଫଳରେ ଦ୍ବାରକା ଏକ୍ସପ୍ରେସ ୱେ ଉପରେ ପ୍ରଭାବ ପଡିଛି । ଦିଲ୍ଲୀରେ ବର୍ଷା ଯୋଗୁଁ ପବନ ମଧ୍ୟ ବୋହୁଛି । ଏଥିପାଇଁ ୧୫ ଉଡ଼ାଣ ରୁଟକୁ ଡାଇଭର୍ଟ କରାଯାଇଛି । ଏଥିରେ ୫ଟି ଅନ୍ତର୍ରାଷ୍ଟ୍ରୀୟ ଉଡ଼ାଣ ଏବଂ ୧୦ଟି ଘରୋଇ ଉଡ଼ାଣ ସାମିଲ ରହିଛି ।ଖରାପ ପାଣିପାଗ ଯୋଗୁଁ ଏସବୁ ଉଡ଼ାଣକୁ ଜୟପୁର ଏବଂ ଲକ୍ଷ୍ନୌକୁ ଡାଇଭର୍ଟ କରାଯାଇଛି । ପାଣିପାଗ ସମାନ୍ୟ ହେବା ପରେ ପୁଣିଥରେ ଉଡ଼ାଣକୁ ନିଜ ଗନ୍ତବ୍ୟ ସ୍ଥଳକୁ ହେବ । ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ମିଣ୍ଟୋ ବ୍ରିଜ, ଓଖଲା ଉଦ୍ୟୋଗିକ କ୍ଷେତ୍ର, ତୁଗଲକାବାଦ, ପୁଲ ପ୍ରହ୍ଲାଦପୁର ଏବଂ ବାୟୋ ଡାଇଭରସିଟି ପାର୍କରେ ପାଣି ଭରିଛି ।

Leave a Reply

Your email address will not be published. Required fields are marked *