ଜନ୍ତରମନ୍ତରରେ ଆନ୍ଦୋଳନର ମାନ୍ୟତା ରଦ୍ଦ
ଜନ୍ତରମନ୍ତରରେ ଆନ୍ଦୋଳନର ମାନ୍ୟତା ରଦ୍ଦ । ଦେଶର ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ ଓ ପ୍ରତିବାଦର ଅନ୍ୟତମ ପ୍ରମୁଖ ସ୍ଥାନ ଜନ୍ତରମନ୍ତରକୁ ନେଇ ବଡ଼ ନିଷ୍ପତ୍ତି । ଏହାକୁ ସରକାରୀ ଭାବେ ଚିହ୍ନଟ ବିକ୍ଷୋଭ ସ୍ଥଳ ତାଲିକାରୁ ବାଦ୍ ଦିଆଯାଇଛି। ଦିଲ୍ଲୀ ପୋଲିସ କମିସନର ଅନୁରାଗ କୁମାରଙ୍କ ନୋଟିସ୍ ଅନୁସାରେ, ଜନ୍ତରମନ୍ତର ବଦଳରେ ରାମଲୀଳା ମୈଦାନ, ବୁରାରୀ ଗ୍ରାଉଣ୍ଡ ଏବଂ ପୂର୍ବ ଦିଲ୍ଲୀର ସିବିଡି ଗ୍ରାଉଣ୍ଡକୁ ନୂଆ ବିକ୍ଷୋଭ ସ୍ଥଳ ଭାବେ ଚିହ୍ନଟ କରାଯାଇଛି।କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗଠନ କରିଥିବା ଏକ କମିଟିର ସୁପାରିସ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ତେବେ ଜନ୍ତରମନ୍ତରର ମାନ୍ୟତା ପ୍ରତ୍ୟାହାର ପରେ ଏବେ ପ୍ରଶ୍ନ ଉଠୁଛି ଯେ ଏତେ ବର୍ଷ ଧରି ଏହା କିପରି ଦେଶର ପ୍ରତିବାଦର ପ୍ରମୁଖ କେନ୍ଦ୍ର ପାଲଟିଥିଲା ଏବଂ ଏହାର ମାନ୍ୟତା ରଦ୍ଦ କରିବାର ଆଇନଗତ ପ୍ରକ୍ରିୟା କ’ଣ? ଜନ୍ତରମନ୍ତର ପ୍ରାୟ ୩୩ ବର୍ଷ ଧରି, ଅର୍ଥାତ୍ ୧୯୯୩ ମସିହାରୁ ଦିଲ୍ଲୀର ପ୍ରମୁଖ ପ୍ରତିବାଦ ସ୍ଥଳ ଭାବେ ବ୍ୟବହୃତ ହୋଇଆସୁଥିଲା।
