୨୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

ଭିଜିଲାନ୍ସ ଜାଲରେ RI

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ । ରାୟଗଡ଼ା ଗୁଣପୁର ତହସିଲ ଅନ୍ତର୍ଗତ ସିରିଝୋଲି ସାର୍କିଲର ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଜଣେ ହିତାଧିକାରୀଙ୍କ ଠାରୁ ପଟ୍ଟା ଟ୍ରାନ୍ସଫର କରିବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଚଢ଼ାଉ ସମୟରେ ରାୟଗଡ଼ା, ଭବାନୀପାଟଣା ଓ ଜୟପୁର ଭିଜିଲାନ୍ସ ବିଭାଗର ଟିମ ସାମିଲ । ପୁରୁଣା ତହସିଲ ଅଫିସ କାର୍ଯ୍ୟାଳୟରେ ଚଢ଼ାଉ କରି ଭିଜିଲାନ୍ସ ବିଭାଗ ଲାଞ୍ଚ ନେଉଥିବା ଟଙ୍କା ଜବତ କରିଛି । ଗୁଣପୁର ଶ୍ରୀନଗରରେ ଥିବା ଭଡା ଘରେ ଓ ସିରିଝୋଲି କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଏହି ଚଢ଼ାଉରେ ୨ ଜଣ ଡିଏସପି, ୩ ଇନ୍ସପେକ୍ଟର, ୩ ଏଏସଆଇଙ୍କ ସହ ୧୫ ଜଣିଆ ଟିମ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *