ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୀତିନିର୍ଘଣ୍ଟ

ଆସନ୍ତାକାଲି ଅପରାହ୍ଣ ୪ଟାରେ ରଥଟଣା

ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୀତିନିର୍ଘଣ୍ଟ । ଆସନ୍ତାକାଲି ସାଢ଼େ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟାରେ ସରିବ ପହଣ୍ଡି , ୨ଟାରୁ ୩ଟା ମଧ୍ୟରେ ଛେରାପହଁରା । ଅପରାହ୍ଣ ୪ଟାରେ ହେବ ରଥଟଣା ।

ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସିବା ପରେ ସିଂହଦ୍ବାର ଅଭିମୁଖେ ତିନି ଦିବ୍ୟ ରଥ। ପାଳିଆ ପୂଜାପଣ୍ଡା ସାମନ୍ତ ତିନିବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଘଣ୍ଟ, ଛତା, କାହାଳୀ ସହ ରଥଖଳା ନିକଟକୁ ବିଜେ କରାଇଛନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ ତାଳଧ୍ୱଜ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଇଛି। ପରେ କ୍ରମ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଏବଂ ଶେଷରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଉଛି। ପରେ ତାଳଧ୍ୱଜ ରଥରେ ବିଜେ କାହାଳୀ ଦିଆଯିବା ପରେ ତିନିରଥ ଶ୍ରୀମନ୍ଦିର ସିଂହଦ୍ବାର ନିକଟକୁ ଅଣାଯାଇଛି।

Leave a Reply

Your email address will not be published. Required fields are marked *