ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ପୂଜା ଭେଟି
ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ପୂଜା ଭେଟି । ୬ ମାସର ସମ୍ମାନ ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ସରପଞ୍ଚମାନେ ୧୦ ହଜାର ଟଙ୍କା ଓ ନାଏବ ସରପଞ୍ଚ ୪ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପାଇବେ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି ମଞ୍ଜୁର କରିଛନ୍ତି । ସରପଞ୍ଚଙ୍କୁ ୧୦ ହଜାର ଟଙ୍କା ଓ ନାଏବ ସରପଞ୍ଚଙ୍କୁ ୪ ହଜାର ଟଙ୍କା ଲେଖାଏଁ ଏହି ସମ୍ମାନ ରାଶି ଦିଆଯିବ । ଏଥିପାଇଁ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ ନିମନ୍ତେ ମଂଜୁର ହୋଇଛି । ପିଛିଲା ଭାବେ ଗତ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ଯାଏ ୬ ମାସର ଏହି ସମ୍ମାନ ରାଶି ପ୍ରଦାନ କରାଯିବ ।
