ଶିମିଳିପାଳରେ କଳା ବାଘୁଣୀର ମୃତ୍ୟୁ
ଶିମିଳିପାଳରେ କଳା ବାଘୁଣୀର ମୃତ୍ୟୁ । ୫ ବର୍ଷୀୟା ବାଘୁଣୀର ମୃତଦେହ ଉଦ୍ଧାର । ଶିମିଳିପାଳ ଟାଇଗର ରିଜର୍ଭର କୋର୍ ଅଞ୍ଚଳରେ ବାଘୁଣୀର ମୃତଦେହ ମିଳିଛି । ଶିମିଳିପାଳ ଦକ୍ଷିଣ ଡିଭିଜନର ଉପର ବାରହା କକୁଡ଼ା ରେଞ୍ଜ ଅଧୀନ ଜାତିଆଣୀ କ୍ୟାମ୍ପ ନିକଟରୁ କଳା ବାଘୁଣୀର ମୃତଦେହ ଉଦ୍ଧାର ହୋଇଛି । ଗତ ୬ ତାରିଖରେ ଜାତିଆଣୀ କ୍ୟାମ୍ପର ପାଟ୍ରୋଲିଂ କର୍ମଚାରୀ ବାଘୁଣୀର ମୃତଦେହ ଠାବ କରିଥିଲେ। ଖବର ପାଇବା ପରେ ଶିମିଳିପାଳ ଟାଇଗର ରିଜର୍ଭର ଫିଲ୍ଡ ଡାଇରେକ୍ଟର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
