ଶ୍ରୀମୟୀ ମିଶ୍ରଙ୍କ ଶକ୍ତି ନାନୀ ଉପାଖ୍ୟାନ
ପୁଣିଥରେ ସୋସିଆଲ୍ ମିଡିଆରେ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର । ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରିଛି । ଶ୍ରୀମୟୀ ମିଶ୍ର ଫେସବୁକରେ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି । ଆଉ ଏହାକୁ ଟାଇଟାନିକ୍ ବୁଡାଇବାକୁ ବିଶ୍ୱସ୍ତରୀୟ ଯୋଜନାର ହେଡଲାଇନ୍ ବି ଦେଇଛନ୍ତି । ଶ୍ରୀମୟୀ ଲେଖିଛନ୍ତି, ଶୁଣିବାକୁ ମିଳୁଛି ଶକ୍ତି ନାନୀ କୁଆଡେ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ । ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ ।

ନୂଆପଡ଼ାରେ ଯେମିତି ମାମୁଁଘର ମିଳୁନି, ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବି ବାପଘର ଠିକଣା ଖୋଜିବାକୁ ଡ୍ରାମା ହେବ । ହେଲେ ଯିଏ ଜାମସେଦପୁରରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କେମିତି ବୁଝିପାରିବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ମିଶ୍ର । ଯାହାକି ସିଧା ସିଧା ସୁଜାତା ପାଣ୍ଡିଆନଙ୍କ ଆଡେ ଇଙ୍ଗିତ କରୁଛି ବୋଲି ଚର୍ଚ୍ଚା ହେଉଛି ।ଶ୍ରୀମୟୀ ଆହୁରି ମଧ୍ୟ କହିଛନ୍ତି, ଇଲେକ୍ସନ କମିସନ ଯାହାଙ୍କ ଶକ୍ତିରେ ବେଡ଼ି ପକାଇଥିଲେ, ଏବେ ସେ ନୂଆ ପରିଚୟ ଅପେକ୍ଷାରେ । ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଏବେ ଯୋଜନା ଚାଲିଛି । ହେଲେ ଓଡ଼ିଶାର ଲୋକ ତାମିଲ ପୁଅକୁ ତ ପ୍ରତ୍ୟାଖାନ କଲେ, ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ଦେଖାଯାଉ ।
