CECଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟରେ ଆଜି ବଡ଼ ଶୁଣାଣି

SIR ବିବାଦ, CECଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟରେ ଆଜି ବଡ଼ ଶୁଣାଣି

CEC ଜ୍ଞାନେଶ କୁମାରଙ୍କୁ ନେଇ ଆଜି ସୁପ୍ରିମକୋର୍ଟରେ ବଡ଼ ଶୁଣାଣି । SIRର ୧୪ ନିଷ୍ପତ୍ତି ଉପରେ ଉଠିଛି ପ୍ରଶ୍ନ । ମୁଖ୍ୟ ନିର୍ବାଚନ କମିଶନର ବା CEC ଜ୍ଞାନେଶ କୁମାରଙ୍କୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ବା SIR ସମୟରେ ନିର୍ବାଚନ କମିଶନଙ୍କ ନାଁରେ ନିଆଯାଇଥିବା କେତେକ ବିବାଦୀୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ଦୁଇଟି ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । CJI ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କ ତିନିଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ମୁଖ୍ୟ ପ୍ରଶ୍ନ ହେଉଛି, ନିର୍ବାଚନ କମିଶନ ଏକ ବହୁସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ସଂସ୍ଥା ହୋଇଥିବା ବେଳେ, ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ସହମତି ବିନା CEC ଏକାକୀ କମିଶନଙ୍କ ନାଁରେ ନିଷ୍ପତ୍ତି ନେଇପାରିବେ କି? ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ SIR ସହ ଜଡ଼ିତ ଅନେକ ନିଷ୍ପତ୍ତି ଅନ୍ୟ ଦୁଇ କମିଶନରଙ୍କ ଆପତ୍ତି ସତ୍ତ୍ୱେ ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *