ନିଟ୍ ପେପର୍ ଲିକ୍ ପରେ ବ୍ୟାପକ ସତର୍କତା

ଏଣିକି CBTରେ ହେବ ରେଲୱେ ପରୀକ୍ଷା

ନିଟ୍ ରେ ବ୍ୟାପକ ତ୍ରୁଟି ପରେ ଏବେ କେନ୍ଦ୍ର ସରକାର ସତର୍କ। ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା, ସଠିକତା ଉପରେ ଜୋର ଦେଇଛି ରେଲୱେ। ଏଣିକି ସମସ୍ତ ବିଭାଗୀୟ ପରୀକ୍ଷା ବର୍ତ୍ତମାନ CBT ବା କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ହେବ। ରେଲୱେରେ ଟ୍ୟାବଲେଟ୍ ଆଧାରିତ ପରୀକ୍ଷା ବ୍ୟବସ୍ଥାକୁ ଆହୁରି ବିସ୍ତାର କରିବାକୁ ଯୋଜନା ରଖିଛି ରେଳ ମନ୍ତ୍ରଣାଳୟ । ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।ଭାରତୀୟ ରେଳୱେକୁ ସୁସଂଗଠିତ କରିବା ସହ ନିଯୁକ୍ତିରେ ଟେକ୍ନୋଲଜି ସମ୍ପର୍ଣ୍ଣ କରିବାକୁ ଅଧିକ ତ୍ବରାନିତ ପ୍ରକ୍ରିୟା ହୋଇଛି। ୨୦୨୫-୨୬ ବର୍ଷରେ ୪୩ ହଜାର ୭୮୧ ପ୍ରାର୍ଥୀଙ୍କୁ ରେଲୱେରେ ଚାକିରି ଦିଆଯାଇଛି। ଗତ ଆର୍ଥିକ ବର୍ଷରେ ରେଲୱେ ୧୮ ହଜାର ୭୯୯ ଜଣ ସହକାରୀ ଲୋକୋ ପାଇଲଟ-ALP, ୧୪ ହଜାର ୨୯୮ ଜଣ ଟେକ୍ନିସିଆନ୍ ଏବଂ ଏକ ହଜାର ୩୭୬ ଜଣ ପାରାମେଡିକାଲ୍ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି।

Leave a Reply

Your email address will not be published. Required fields are marked *