୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ
୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ। ଓଡ଼ିଶା କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରାଜ୍ୟର ୨୬ଟି ଜିଲ୍ଲାରେ ଥିବା ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ପରିବର୍ତ୍ତନ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ସରକାରୀ ଦସ୍ତାବିଜରେ ଥିବା ଔପନିବେଶିକ ସମୟର ଭୁଲ୍ ନାମଗୁଡ଼ିକୁ ହଟାଇ ପ୍ରକୃତ ଓଡ଼ିଆ ନାମ ପ୍ରଚଳନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ନିଷ୍ପତ୍ତି ପରେ ଏଣିକି ସରକାରୀ ସ୍ତରରେ “Aul” କୁ “ଆଳି” ଏବଂ “Balasore” କୁ “ବାଲେଶ୍ୱର” ଭାବେ ଲେଖାଯିବ । ଇଂରାଜୀ ରେକର୍ଡରେ ଥିବା ଏହି ବିକୃତ ନାମଗୁଡ଼ିକ ଓଡ଼ିଆ ଅସ୍ମିତା ସହ ମେଳ ଖାଉନଥିଲା ।
