୩୮ ବର୍ଷ ବୟସରେ ପ୍ରତୀକ ଯାଦବଙ୍କ ମୃତ୍ୟୁ

ମୁଲାୟମ ସିଂହଙ୍କ ପୁଅ ପ୍ରତୀକ ଯାଦବଙ୍କ ଦେହାନ୍ତ

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହଙ୍କ ପୁଅ ପ୍ରତୀକ ଯାଦବଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯିବା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ହସପିଟାଲରେ ଡାକ୍ତର ତାଙ୍କୁ ଆନୁଷ୍ଠାନିକ ଭାବରେ ମୃତ ଘୋଷଣା କରିଥିଲେ । ପ୍ରତୀକ ଯାଦବ ବିଜେପି ନେତା ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ ଥିଲେ । ପ୍ରତୀକ ଯାଦବ ସ୍ବର୍ଗତ ମୁଲାୟମ ସିଂହ ଯାଦବଙ୍କ ଦ୍ବିତୀୟ ପତ୍ନୀ ସାଧନାଙ୍କ ପୁଅ ।ଅପର୍ଣ୍ଣା ବର୍ତ୍ତମାନ ମହିଳା କମିଶନର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରନ୍ତି । ସୂଚନା ଅନୁଯାୟୀ, ପ୍ରତୀକଙ୍କୁ ସକାଳ ୫.୫୫ ରେ ହସ୍ପିଟାଲକୁ ଅଣାଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ତାଙ୍କ ଶରୀରକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି ।ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ଏବଂ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପୁଅ ଏବଂ ବିଜେପି ନେତା ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ, ପ୍ରତୀକ ଯାଦବଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *