ଭାରତୀୟ ବାୟୁସେନା ଜାରି କଲା ଖାସ୍ ଭିଡିଓ

ଅପରେସନ ସିନ୍ଦୂରକୁ ବର୍ଷେ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ପ୍ରଥମ ବାର୍ଷିକୀ ପୂରଣ ହୋଇଛି । ଆଜିର ଦିନକୁ ସେଲିବ୍ରେଟ୍ କରିବା ପାଇଁ ଭାରତୀୟ ବାୟୁସେନା ଏକ ଖାସ୍ ଭିଡିଓ ରିଲିଜ କରିଛି । ଏହି ଖାସ୍ ଭିଡିଓରେ ଭାରତୀୟ ବାୟୁସେନାର ଦମଦାର ଆକ୍ସନ ଦେଖିବାକୁ ମିଳିଛି । କିଭଳି ୮୮ ଘଣ୍ଟା ଭିତରେ ଭାରତର ଶତ୍ରୁକୁ ମୁହଁତୋଡ ଜବାବ ମିଳିଛି । ଭାରତୀୟ ବାୟୁସେନା ନିଜ ଅଫିସିଆଲ ଆକାଉଣ୍ଟରେ ରାତି ୧ଟା ୦୫ ମିନିଟରେ ରିଲିଜ କରାଯାଇଛି । ଏହି ସମୟରେ ପାକିସ୍ତାନୀ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିଲା । ଏହି ଭିଡିଓରେ ବାୟୁସେନାର ପ୍ରସ୍ତୁତି, ଅପରେସନ ସିନ୍ଦୂରର ଷ୍ଟ୍ରାଟେଜୀ ଏବଂ ସଠିକ୍ ଆକ୍ରମଣର ଝଲକ ଦେଖିବାକୁ ମିଳିଛି ।ଏହି ଭିଡିଓ ଜରିଆରେ ଭାରତୀୟ ସେନା ତରଫରୁ ଏକ ଖାସ୍ ମେସେଜ ଦିଆଯାଇଛି । ଭିଡିଓ ସହିତ ଏକ୍ସରେ ପୋଷ୍ଟରେ ଲେଖାଯାଇଛି, ‘ଅପରେସନ ସିନ୍ଦୂରରେ ନ୍ୟାୟ ମିଳିଲା । କାର୍ଯ୍ୟାନୁଷ୍ଠାନ ସଠିକ୍, ସ୍ମ୍ତିରେ ଅମର ଅପରେସନ ସିନ୍ଦୂର ଜାରି ରହିଛି । ଭାରତ କିଛି ଭୁଲିନାହିଁ, ଭାରତ କାହାକୁ କ୍ଷମା କରିବନି ।ଭାରତୀୟ ବାୟୁସେନା ଜାରି କରିଥିବା ଭିଡିଓରେ ମିଲିଟ୍ରି ଅପରେସନ ସହିତ କିଛି ଜଡିତ ସିନ୍ ଏବଂ ଯବାନଙ୍କ ପ୍ରସ୍ତୁତି ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ୟୁଜର୍ସ ଏହାକୁ ନେଇ ଯବାନଙ୍କ ବାହାଦୂରୀକୁ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *