ଗଜାନନଙ୍କ ଆରାଧନାରେ ଉତ୍ସବମୁଖର ଓଡ଼ିଶା
ଆଜି ଗଣେଷ ପୂଜା । ଭଗବାନ୍ ଗଣେଶଙ୍କ ଜନ୍ମ ଉତ୍ସବ ଓଡ଼ିଶା ସହ ସାରା ଭାରତରେ ପାଳିତ ହେଉଛି । ଗଣେଶ ପୂଜା (ଯାହାକୁ ବିନାୟକ ଚତୁର୍ଥୀ ମଧ୍ୟ କୁହାଯାଏ) । ଏହା ହେଉଛି ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ । ଏହି ଦିନ ବିଦ୍ୟା ଓ ବୁଦ୍ଧିର ଦେବତା ପ୍ରଭୁ ଶ୍ରୀ ଗଜାନନଙ୍କୁ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରାଯାଏ । ଛୋଟ ପିଲାମାନେ ଏହି ଦିନ ‘ଖଡ଼ି ଛୁଆଁଇ’ ସେମାନଙ୍କର ପାଠପଢ଼ା ଆରମ୍ଭ କରିଥାନ୍ତି ।ଓଡ଼ିଶାରେ ବିଶେଷ କରି ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ପୂଜା ବହୁତ ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ହୋଇଛି
