୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି

ପଞ୍ଚାୟତ-ପୌର ନିର୍ବାଚନ; ଅକ୍ଟୋବର ୨୬ରୁ ସର୍ଭେ

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅକ୍ଟୋବର ୨୬ରୁ ଆରମ୍ଭ ହେବ ସର୍ଭେ। ଘର ଘର ବୁଲି ସର୍ଭେ କରଯିବ। ଏହା ପୂର୍ବରୁ ଅଧିକାରୀମାନଙ୍କୁ ଟ୍ରେନିଂ ଦିଆଯିବ। ସେପ୍ଟେମ୍ବର ୨୩ରେ ମାଷ୍ଟର୍ ଟ୍ରେନର୍ ମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭୁବନେଶ୍ୱର ଷ୍ଟେଟ୍ କନଭେନସନ୍ ସେଣ୍ଟର ଗ୍ରାଉଣ୍ଡ ଫ୍ଲୋରରେ ପ୍ରଶିକ୍ଷଣ ଦିଆଯିବ।ଜିଲ୍ଲାସ୍ତରରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ଥିବା ଅଧିକାରୀମାନଙ୍କୁ ଏଥିରେ ଯୋଗଦେବାକୁ କୁହାଯାଇଛି। ଏହି ମାଷ୍ଟର ଟ୍ରେନରମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦେବେ। ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘର ଘର ବୁଲି ସର୍ଭେ କରିବେ ଅଧିକାରୀ।

Leave a Reply

Your email address will not be published. Required fields are marked *