ଦୁବାଇରେ ଓଡ଼ିଶା ଇନ୍ ଭେଷ୍ଟର୍ସ ମିଟ୍

ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ନିବେଶ ପାଇଁ ଓଡ଼ିଶାରେ ରହିଛି ସବୁ ସୁବିଧା, ସବୁ ସୁଯୋଗ। ଦୁବାଇରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ନିବେଶକଙ୍କୁ ଏଭଳି ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିବେଶ ପାଇଁ ଯାହା ଆବଶ୍ୟକ, ସବୁକିଛି ଓଡ଼ିଶାରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ରହିଛି ଉଚ୍ଚମାନର ଖଣିଜ ସମ୍ପଦ ସହ ବିସ୍ତୃତ ବେଳାଭୂମି।ଲୁହାପଥର, ବକ୍ସାଇଟ୍ ଓ ମାଙ୍ଗାନିଜ ଭଳି ପ୍ରଚୁର ଖଣିଜ ସମ୍ପଦ ଓଡ଼ିଶାକୁ ନିବେଶ ପାଇଁ ଆହୁରି ସମ୍ଭାବନାମୟ କରିଛି। ଏହାସହ ରାଜ୍ୟରେ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଓ କୁଶଳୀ ମାନବ ସମ୍ବଳ ରହିଛି। ଇନଭେଷ୍ଟର୍ସ ଫ୍ରେଣ୍ଡଲି ରାଜ୍ୟ ମଧ୍ୟରେ ଓଡ଼ିଶା ଟପ୍-୫ରେ ରହିଥିବା କହି ରାଜ୍ୟରେ ନିବେଶ ପାଇଁ ନିବେଶକଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *