ଓଡ଼ିଶାରେ ବିକ୍ରି ହେଲା ୩୦୦ କୋଟିରୁ ଅଧିକ ସୁନା
ଧନତେରସ୍ରେ ସୁନା କିଣାକୁ ନେଇ ବଜାରରେ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ । ସୁନା ଦରରେ ବଡ଼ ଧରଣର ହ୍ରାସ ଏବଂ ବିଭିନ୍ନ ଜୁଏଲାରୀ ସୋରୁମ୍ର ଆକର୍ଷଣୀୟ ଅଫର ଗ୍ରାହକଙ୍କୁ ଟାଣି ଆଣିଥିଲା । ଫଳରେ ଧନତେରସ୍ରେ ସାରା ଓଡ଼ିଶାରେ ଜମିଥିଲା ସୁନା ବେପାର । ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା କିଣି ଘରକୁ ନେଇଥିଲେ ଗ୍ରାହକ ।ବଜାର ସୂଚନା ଅନୁସାରେ, ଧନତେରସ୍ରେ ରାଜ୍ୟରେ ୩୦୦ କୋଟି ଟଙ୍କାରୁ ଅଧିକ ସୁନା ବିକ୍ରି ହୋଇଛି । ଓଜନ ହିସାବରେ ଏହା ୨ କ୍ୱିଣ୍ଟାଲ ୨୮ କିଲୋଗ୍ରାମରୁ ଅଧିକ । ଗତବର୍ଷ ତୁଳନାରେ ଚଳିତବର୍ଷ ସୁନା ବିକ୍ରି ୨୦ ପ୍ରତିଶତରୁ ଅଧିକ ବଢ଼ିଥିବା ଜଣାପଡ଼ିଛି । ସେହିପରି ସୋରୁମ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ମଧ୍ୟ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଥିବା କହିଛନ୍ତି ଅଳଙ୍କାର ବ୍ୟବସାୟୀ ।
