ଭତ୍ତା ତାଲିକାରେ ଯୋଡ଼ି ହେବେ ୫ ଲକ୍ଷରୁ ଅଧିକ
ରାଜ୍ୟର ଭତ୍ତା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ନୂଆ ଭତ୍ତା ତାଲିକାରେ ଯୋଡ଼ି ହେବେ ୫ ଲକ୍ଷରୁ ଅଧିକ ହିତାଧିକାରୀ । ଭତ୍ତା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏଯାଏଁ ଟଙ୍କା ପାଇବାରୁ ବଞ୍ଚିତ ଥିବା ବୃଦ୍ଧବୃଦ୍ଧା ଓ ବିଧବାଙ୍କୁ ଏହି ତାଲିକାରେ ସାମିଲ କରାଯିବ ।
ଆସନ୍ତା ୧୦ ତାରିଖରେ ବାଲେଶ୍ୱରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଯୋଜନାରେ ସାମିଲ କରିବା ସହ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ଏହି ପଦକ୍ଷେପର ଲକ୍ଷ୍ୟ ।
