ଖରା ଛୁଟିରେ ଚାଲିବ ଅନଲାଇନ କ୍ଲାସ

ଖରା ଛୁଟିରେ ଚାଲିବ ଅନଲାଇନ କ୍ଲାସ

ଖରା ଛୁଟି ଘୋଷଣା ହେଲା । ଚାଲିବ ଅନଲାଇନ କ୍ଲାସ । ଅନଲାଇନ କ୍ଲାସ୍ ବେଳେ ପିଲା କିପରି ସୁରକ୍ଷିତ ରହିବେ ଏବଂ ଇଣ୍ଟରନେଟ ଜରିଆରେ ଅପରାଧର ଶିକାର ନହେବେ ତାକୁ ନେଇ ଆରମ୍ଭ ହୋଇଛି କର୍ମଶାଳ । ସମସ୍ତ ଜିଲ୍ଲାର DEO ମାନଙ୍କୁ ନେଇ OSCPCR ପକ୍ଷରୁ ଆରମ୍ଭ ହୋଇଛି କର୍ମଶାଳା । ଯେଉଁଠି ପିଲାଙ୍କୁ ସାଇବର ବିପଦରୁ କିପରି ବର୍ତ୍ତିବେ । କିପରି ଜାଣିବେ କଣ ରହିଛି ଡିଜିଟାଲ ଅଧିକାର ।ଭର୍ଚୁଆଲ ମୋଡରେ କଣ କଣ୍ଟେଣ୍ଟ ଦେଖିବେ ଏବଂ କଣ ବ୍ୟବହାର କରିବେ ନାହିଁ, ସେ ସମ୍ପର୍କରେ ରୋଡ ମ୍ୟାପ ପ୍ରସ୍ତୁତ ହେବ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଏବଂ ପରେ ଯୁକ୍ତ ଦୁଇ ଯାଏ ଛାତ୍ର ଛାତ୍ରୀଙ୍କ ପାଇଁ ଦୁଇଟି ପର୍ଯ୍ୟାୟରେ ସଚେତନତା ପାଇଁ ଆରମ୍ଭ ହୋଇଛି କାର୍ଯକ୍ରମ । ତଥ୍ୟ କହୁଛି ୯୦୦ମିଲିୟନ ଇଣ୍ଟରନେଟ ବ୍ୟବହାର କାରୀଙ୍କ ମଧ୍ୟରୁ ୩୦ମିଲିୟନ ଛାତ୍ର ଛାତ୍ରୀ ଅଛନ୍ତି ।

Leave a Reply

Your email address will not be published. Required fields are marked *