ସୁଆର ମହାସୁଆର ନିଯୋଗ ସହ ଆଲୋଚନା ନେଇ ଆଇନ ମନ୍ତ୍ରୀଙ୍କ ସୂଚନା

ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ କରି ରେଟ୍ ଚାର୍ଟ ସ୍ଥିର ହେବ

ସୁଆର ମହାସୁଆର ନିଯୋଗ ସହ ଆଲୋଚନା ନେଇ ଆଇନ ମନ୍ତ୍ରୀଙ୍କ ସୂଚନାମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ ହେବ। ମହାପ୍ରସାଦକୁ ନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। ମହାପ୍ରସାଦର ରେଟ୍ ଚାର୍ଟ ସ୍ଥିର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଶ୍ରୀମନ୍ଦିରରେ ଜାଳେଣି କାଠର ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଛି। ବାହାରୁ ଆସୁଥିବା ଭକ୍ତମାନେ ଛୋଟ କୋଡୁଆରେ ମହାପ୍ରସାଦ ନେଇପାରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଏଥିସହ ଜାଳେଣି କାଠର ଅସୁବିଧା ଯେପରି ନହୁଏ, ସେଥିପାଇଁ ମେଗା ବୃକ୍ଷରୋପଣ କରାଯିବ। ମହାପ୍ରସାଦର ମୂଲ୍ୟ ଓ ଜାଳେଣି କାଠ ସମସ୍ୟାର ସମାଧାନ ପାଇଁ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ମନ୍ତ୍ରୀ। ଅନ୍ୟପଟେ ବଢ଼ୁଥିବା ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାକୁ ସୁଗମ କରିବା ନେଇ ମଧ୍ୟ ଆଲୋଚନା ହୋଇଛି। ବରିଷ୍ଠ ନାଗରିକମାନେ ବାୟୋମେଟ୍ରିକ୍ ଯାଞ୍ଚ ମାଧ୍ୟମରେ ମନ୍ଦିର ପ୍ରବେଶ କରିବା ନେଇ ବ୍ୟବସ୍ଥା କରାଯିବ। ଏହାସହ ମନ୍ଦିର ଭିତରେ ଭଲ ଘିଅ ବ୍ୟବହାର ହେଉଥିବା କହିଛନ୍ତି ମନ୍ତ୍ରୀ । ମନ୍ଦିର ବାହାରେ ଖରାପ ଘିଅ ବିକ୍ରି କିମ୍ବା ଘିଅରେ ଅପମିଶ୍ରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପଦକ୍ଷେପ ନେଉଥିବା ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *