ଆସନ୍ତା ୪ରୁ ବଢିବ ଓମଫେଡ୍ ଦୁଗ୍ଧ ଦର
୪ ତାରିଖରୁ ବଢିବ ଓମଫେଡ୍ ଦୁଗ୍ଧ ଦର । ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍ । ଟୋନ୍ ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି । ଲିଟର ୫୪ ଟଙ୍କାରୁ ବୃଦ୍ଧି ପାଇ ହେବ ୫୮ ଟଙ୍କା । ଟୋନ୍ ଡ ଦୁଗ୍ଧ ପ୍ୟାକେଟ୍ ଅଧ ଲିଟରରେ ୨ ଟଙ୍କା ବୃଦ୍ଧି ହେବ । ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି । ଲିଟର ୫୮ ଟଙ୍କାରୁ ବୃଦ୍ଧି ପାଇ ହେବ ୬୦ ଟଙ୍କା ।ପ୍ରିମିୟମ ଦୁଗ୍ଧ ପ୍ୟାକେଟ୍ ଅଧଲିଟରରେ ୧ ଟଙ୍କା ବୃଦ୍ଧି । ଗୋଲ୍ଡ ପ୍ଲସ୍ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି । ସେହିଭଳି ଲିଟର ୬୪ ଟଙ୍କାରୁ ବୃଦ୍ଧି ପାଇ ହେବ ୬୬ ଟଙ୍କା । ଗୋଲ୍ଡ ପ୍ଲସ୍ ଦୁଗ୍ଧ ପ୍ୟାକେଟ୍ ଅଧ ଲିଟର ପିଛା ୧ ଟଙ୍କା ବୃଦ୍ଧି ହେବ ।
