୨୫ ତାରିଖରୁ ଦିନ ସମୟରେ ଉପଲବ୍ଧ ହେବ ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା

ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା

ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା । ଶୀତ ଋତୁକୁ ଦୃଷ୍ଟିରେ ରଖି ଏହି ଅନ୍ତର୍ଜାତୀୟ ରୁଟରେ ପୁଣି ବିମାନ ଚଳାଚଳ ଆରମ୍ଭ କରୁଛି ଇଣ୍ଡିଗୋ । ଗତ ଜୁଲାଇରୁ ଅସ୍ଥାୟୀ ଭାବେ ବନ୍ଦ ଥିବା ଏହି ସେବା ଆରମ୍ଭ ହେଉଥିବାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ସିଧାସଳଖ ଯାତ୍ରା ପୁଣି ଚଳଚଞ୍ଚଳ ହେବ ।ଆଜି ରାତି ୧୧ଟା ୦୫ରେ ଇଣ୍ଡିଗୋ ବିମାନ 6E-1065 ଭୁବନେଶ୍ୱରରୁ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିବ। ବ୍ୟାଙ୍କକରେ ପହଞ୍ଚିବା ପରେ ଆସନ୍ତାକାଲି ସକାଳ ପ୍ରାୟ ସାଢ଼େ ୫ଟାରେ ବିମାନଟି ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ପ୍ରାରମ୍ଭିକ ଭାବେ ସପ୍ତାହକୁ ଦୁଇଥର ଏହି ସେବା ଉପଲବ୍ଧ ହେବ । ଭୁବନେଶ୍ୱରରୁ ଶୁକ୍ରବାର ଓ ସୋମବାର ଏବଂ ବ୍ୟାଙ୍କକରୁ ଶନିବାର ଓ ମଙ୍ଗଳବାର ବିମାନ ଚଳାଚଳ କରିବ ।ତେବେ ଅକ୍ଟୋବର ୨୫ରୁ ବିମାନର ସମୟରେ ପରିବର୍ତ୍ତନ ହେବ। ବର୍ତ୍ତମାନ ରାତିରେ ଉଡ଼ାଣ ଥିବାବେଳେ ୨୫ ତାରିଖରୁ ଦିନ ସମୟରେ ଏହି ସେବା ଉପଲବ୍ଧ ହେବ । କିଛି ମାସ ଧରି ଭୁବନେଶ୍ୱରରୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା ପ୍ରଭାବିତ ହୋଇଥିଲା । ଫଳରେ ଅନ୍ତର୍ଜାତୀୟ ବିମାନବନ୍ଦର ମାନ୍ୟତା ଥିବା ସତ୍ତ୍ୱେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିଦେଶକୁ ସିଧାସଳଖ ଉଡ଼ାଣ ନଥିବା ନେଇ ଯାତ୍ରୀଙ୍କ ମଧ୍ୟରେ ନିରାଶା ରହିଥିଲା ।

Leave a Reply

Your email address will not be published. Required fields are marked *