ଜାଗମରା ଫୁଡ୍ କୋର୍ଟରେ ଭୟଙ୍କର ନିଆଁ
ଭୁବନେଶ୍ବର ଜାଗମରାରେ ଥିବା ଏକ ଫୁଡ୍ କୋର୍ଟରେ ଭୟଙ୍କର ନିଆଁ । ଘରୋଇ କଲେଜ ନିକଟରେ ଥିବା ଫୁଡ୍ କୋର୍ଟରେ ଭୋର ସାଢ଼େ ୪ଟା ବେଳେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁରେ ୪ଟି ଦୋକାନର ସମସ୍ତ ସାମଗ୍ରୀ ଜଳିପୋଡ଼ି ଛାରଖାର ହୋଇଯାଇଛି । ଅଳ୍ପକେ ପାଖପାଖି ଅନ୍ୟ ଦୋକାନଗୁଡ଼ିକ ବଡ଼ କ୍ଷତିରୁ ବର୍ତ୍ତି ଯାଇଛି । ଖବର ପାଇ ତମାଣ୍ଡୋ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ସଟ୍ ସକ୍ରିଟରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣକୁ ନେଇ ତନାଘନା ଜାରି କରିଛି ଅଗ୍ନିଶମ ବିଭାଗ ।ଠିକ୍ ସେହିପରି ରବିବାର ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରସୁଲଗଡ଼ ଅଞ୍ଚଳରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା । ସ୍ଥାନୀୟ ଏକ ଟାୟାର ଦୋକାନରେ ହଠାତ୍ ନିଆଁ ଲାଗିଯିବା ଫଳରେ ସେଠାରେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିଲା । ଟାୟାରଗୁଡ଼ିକ ଜଳିବା ଯୋଗୁଁ ସମଗ୍ର ଅଞ୍ଚଳ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ଦେଖାଉଦେଇଥିଲ ।
