କନିଷ୍ଠ ଶିକ୍ଷକଙ୍କୁ ନିୟମିତ କଲେ ସରକାର

କନିଷ୍ଠ ଶିକ୍ଷକଙ୍କୁ ନିୟମିତ କଲେ ସରକାର, ୨୦୨୬ ଜାନୁଆରୀରୁ ମିଳିବ ପିଛିଲା ଦରମା

କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ୨୦୨୩-୨୪ ଶିକ୍ଷାବର୍ଷରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ଘୋଷଣା କରାଯାଇଛି।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ଯୋଗ୍ୟ କନିଷ୍ଠ ଶିକ୍ଷକମାନଙ୍କୁ ଏଲିମେଣ୍ଟାରୀ କ୍ୟାଡରର Level-V(A)ରେ ସହକାରୀ ଶିକ୍ଷକ ଭାବେ ନିୟମିତ ଘୋଷଣା କରାଯାଇଛି।ଏହି ରେଗୁଲାର ଘୋଷଣା ଫଳରେ ଶିକ୍ଷକମାନେ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ନିୟମିତ ଦରମା ପାଇବେ। ଦୀର୍ଘଦିନ ଧରି କନିଷ୍ଠ ଶିକ୍ଷକଙ୍କ ରେଗୁଲାରକୁ ନେଇ ଦାବି ହୋଇ ଆସୁଥିଲା । ସରକାରଙ୍କ ଏହି ଘୋଷଣା ପରେ ସେମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।ତେବେ ରେଗୁଲାରର ଅନ୍ୟାନ୍ୟ ସର୍ତ୍ତ, ଯୋଗ୍ୟତା ଓ ଆର୍ଥିକ ସୁବିଧା ସମ୍ପର୍କିତ ବିସ୍ତୃତ ତଥ୍ୟ ବିଭାଗୀୟ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ ଆଗାମୀ ପ୍ରକ୍ରିୟା ଶିକ୍ଷା ବିଭାଗ ପକ୍ଷରୁ କରାଯିବ।

Leave a Reply

Your email address will not be published. Required fields are marked *