ଫ୍ଲାଇଦୁବାଇ ପାଇଲଟ ସ୍ମିତ ମଚ୍ଛାରଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ
ଫ୍ଲାଇଦୁବାଇ ବିମାନରେ ନିଜ ଜୀବନକୁ ବିପଦରେ ପକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ରକ୍ଷା କରିଥିବା ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି ଗୁଜରାଟ ସରକାର । ତାଙ୍କର ଅସାଧାରଣ ସାହସ ଓ ମାନବିକ କାର୍ଯ୍ୟ ପାଇଁ ତାଙ୍କୁ ଗୁଜରାଟ ଗରିମା ସମ୍ମାନ ପ୍ରଦାନ କରାଯିବ । ଏହି ସମ୍ମାନ ସହିତ ତାଙ୍କୁ ୨୫ ଲକ୍ଷ ଟଙ୍କା ଓ ଏକ ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘୋଷଣା କରିଛନ୍ତି ।ସ୍ମିତ ମଚ୍ଛାର ବର୍ତ୍ତମାନ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଦୁବାଇ ଏୟାରଲିଫ୍ଟ ନିଆଯାଇଛି । ତାଙ୍କ ଶୀଘ୍ର ସୁସ୍ଥତା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରାଯାଉଛି । ଗୁଜରାଟର ସୋମନାଥ ମନ୍ଦିରରେ ମଧ୍ୟ କ୍ୟାପ୍ଟେନ୍ ସ୍ମିତଙ୍କ ସୁସ୍ଥତା ଓ ଦୀର୍ଘାୟୁ ପାଇଁ ବିଶେଷ ମହାପୂଜା ଆୟୋଜନ କରାଯାଇଥିଲା ।
