ଆସୁଛି ବଡ଼ ଲଘୁଚାପ

ଜୁଲାଇ ପ୍ରଥମ ସପ୍ତାହରୁ ପ୍ରବଳ ବର୍ଷା !

ଜୁଲାଇ ୨ ରୁ ବଢ଼ିବ ବର୍ଷାର ପ୍ରକୋପ । ମୌସୁମୀ ପ୍ରବାହକୁ ଆହୁରି ସକ୍ରିୟ କରିବା ପାଇଁ ପ୍ରକୃତି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୨ ରୁ ୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ । ଚଳିତ ବର୍ଷ ମୌସୁମୀ ଋତୁର ଏହା ପ୍ରଥମ ପ୍ରମୁଖ ପାଣିପାଗ ପ୍ରକ୍ରିୟା ହେବ । ଯାହା ବର୍ଷାର ପରିମାଣକୁ ବେଶ୍ ବଢ଼ାଇଦେବ । ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଏହି ଲଘୁଚାପ ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳ ଆଡ଼କୁ ମୁହାଁଇବ ।

Leave a Reply

Your email address will not be published. Required fields are marked *