ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ବରିଷ୍ଠ IPS

IPS ସୁଧାଂଶୁ ଷଡଙ୍ଗୀ ଓ ପଦ୍ମାକର ଏସ୍ ରଣପିସେ ଡିଜି ପାହ୍ୟାକୁ ମନୋନୀତ

କେନ୍ଦ୍ରୀୟ ଡିଜି ପଦବୀ ଦୌଡ଼ରେ ଦୁଇ IPS । କେନ୍ଦ୍ରରେ ବଡ଼ ଦାୟିତ୍ୱ ପାଇବେ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ IPS । ଡିଜି ପାହ୍ୟା ପାଇଁ ସୁଧାଂଶୁ ଷଡ଼ଙ୍ଗୀ ଓ ପିଏସ ରଣପିସେ ଏମପାନେଲଡ । ଓଡ଼ିଶା କ୍ୟାଡରର ଦୁଇ ଜଣ ଦକ୍ଷ ତଥା ବରିଷ୍ଠ IPS ଅଫିସର କେନ୍ଦ୍ରୀୟ ସ୍ତରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ୧୯୯୦ ବ୍ୟାଚ୍ ର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ଏବଂ ୧୯୯୫ ବ୍ୟାଚ୍ ର ଆଇପିଏସ୍ ପଦ୍ମାକର ଏସ୍. ରଣପିସେଙ୍କୁ କେନ୍ଦ୍ର ସରକାରଙ୍କ ଡିଜି କିମ୍ବା ଡିଜି-ସମକକ୍ଷ ପଦବୀ ପାଇଁ ଏମ୍ପାନେଲ୍ ଡ କରାଯାଇଛି । ଦୁଇ ଅଫିସରଙ୍କ ଦୀର୍ଘ ଓ ନିଷ୍ଠାପର ସେବାକାଳ ମଧ୍ୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ୧୯୯୦ ବ୍ୟାଚ୍ ର ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ବର୍ତ୍ତମାନ ଓଡ଼ିଶାର ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ହୋମଗାର୍ଡ କମାଣ୍ଡାଣ୍ଟ ଜେନେରାଲ ଏବଂ ସିଭିଲ ଡିଫେନ୍ସର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ।

Leave a Reply

Your email address will not be published. Required fields are marked *