ଦୁଇ ଟ୍ରାନ୍ସପୋର୍ଟ ବ୍ୟବସାୟୀକୁ ଗିରଫ କଲା ଏନସିବି ଟିମ୍

କାଶ୍ମୀରରୁ ଓଡ଼ିଶାକୁ ଗଞ୍ଜେଇ ଲିଙ୍କ୍

କାଶ୍ମୀରରୁ ଓଡ଼ିଶାକୁ ଗଞ୍ଜେଇ ଲିଙ୍କ । ଦୁଇ ଟ୍ରାନ୍ସପୋର୍ଟ ବ୍ୟବସାୟୀକୁ ଗିରଫ କଲା ଏନସିବି ଟିମ୍ । ଦୀର୍ଘ ପାଞ୍ଚ ଦିନ ଧରି କାଶ୍ମୀରରେ ଡେରା ପକାଇ ଏନସିବିର ୯ଜଣିଆ ଟିମ୍ ଗିରଫ କରିଛନ୍ତି । ଦୁଇ ଅଭିଯୁକ୍ତ ବିକ୍ରମ ସି ,ଧରମିନ୍ଦର ସିଂ କୁ ଗିରଫ କରାଯାଇଛି । ଏମାନେ ଷ୍ଟିଲ କଣ୍ଟେନରରେ ଗଞ୍ଜେଇ ପ୍ୟାକ କରି ଟ୍ରକରେ ଚାଲାଣ କରୁଥିଲେ । କନ୍ଧମାଳରୁ ଗଞ୍ଜେଇ ନେଇ ଦେଶର ବିଭିନ୍ନ ସହରରେ କାରବାର କରୁଥିଲେ । ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ଏପରି ଗଞ୍ଜେଇ କାରବାର ନେଟୱର୍କ ଖୁଲାସା କରିଛି ଏନସିବି ଭୁବନେଶ୍ୱର ଜୋନାଲ ଟିମ୍ । ଗତ ଫେବୃଆରି ୧ ତାରିଖରେ ଏମାନଙ୍କ ଗାଡି ସମ୍ବଲପୁରରୁ ଜବତ ହୋଇଥିଲା। ଲିଙ୍କ୍ ରେ ଗଞ୍ଜେଇ ସପ୍ଲାଏ କରୁଥିବା ଆନ୍ତଃରାଜ୍ୟ ମାଫିଆଙ୍କୁ ଖୋଜୁଥିଲା ଏନସିବି ଭୁବନେଶ୍ୱର ଜୋନାଲ ଟିମ୍ ।ଗତକିଛି ଦିନ ତଳେ କଣ୍ଟାମାଳରେ ଅଭିନଵ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଦ୍ୱାରା ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ ହୋଇଥିଲା । କୋଇଲା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା । ଟ୍ରକକୁ ଯାଞ୍ଚ ପରେ ଜବତ ହୋଇଥିଲା ଗଞ୍ଜେଇ l ଟ୍ରକରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରାଯାଉଥିଲା ।

Leave a Reply

Your email address will not be published. Required fields are marked *