ପ୍ରେମ ପାଇଁ ରାସ୍ତାରେ ମର୍ଡର
ପ୍ରେମ ପାଇଁ ରାସ୍ତାରେ ମର୍ଡର । ଥାର ଗାଡ଼ି ଚଢାଇ ହତ୍ୟା। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ହିଟ ଆଣ୍ଡ ରନ୍ ମାମଲାରେ ନୂଆ ଟୁଇଷ୍ଟ । ପ୍ରେମ ପାଇଁ ପ୍ରେମିକଙ୍କ ମଧ୍ୟରେ ବିବାଦ ନେଇଛି ହତ୍ୟାର ରୂପ । ମୃତ ବରେନ୍ୟ ରାଉତରାୟଙ୍କ ପ୍ରେମିକାକୁ ପୂର୍ବରୁ ଭଲ ପାଉଥିବା ପ୍ରେମିକ ଘଟାଇଛି ଜଘନ୍ୟ କାଣ୍ଡ । ଯୋଜନାବଦ୍ଧ ଭାବେ ମିଳିମିଶି ହତ୍ୟା କରିଛନ୍ତି ହତ୍ୟାକାରୀ । ଆଚାର୍ଯ୍ୟ ହରିହର କଲେଜ ଛକରେ ଘଟିଥିବା ଦୁର୍ଘଟଣା ପଛର ହତ୍ୟାର ପ୍ରମାଣ ପାଇଛି ପୋଲିସ୍ । ପାଞ୍ଚ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ ।
