ଡକାୟତି ଉଦ୍ୟମ ବେଳେ ପୋଲିସ ଏନକାଉଣ୍ଟର

ଝାରସୁଗୁଡ଼ାରେ ପୋଲିସର ଏନ୍‌କାଉଣ୍ଟର

ଡକାୟତି ଉଦ୍ୟମ ବେଳେ ପୋଲିସ ଏନକାଉଣ୍ଟର । ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ନିକଟରେ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛନ୍ତି । ଜୟର ଗୋଡ଼ରେ ବାଜିଛି ଗୁଳି । ତା ନାଁରେ ୧୦ରୁ ଅଧିକ ଅପରାଧୀକ ମାମଲା ରହିଛି । ପୋଲିସ ଚଢ଼ାଉ ବେଳେ ଗୁଳି ବିନିମୟ ବେଳେ ଏନକାଉଣ୍ଟର ହୋଇଛି । ଆହତ ଅପରାଧୀକୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଅନ୍ୟ ସହଯୋଗୀ ଫେରାର ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *