କ୍ୟାପିଟାଲ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍
କ୍ୟାପିଟାଲ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ । ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ କ୍ରାଇମବ୍ରାଞ୍ଚ ତନାଘନା ତଦନ୍ତ ଆରମ୍ଭ । କ୍ୟାପିଟାଲ ଥାନାରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ପହଞ୍ଚି ଆରମ୍ଭ କରିଛନ୍ତି ଖୋଳତାଡ଼ । କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର କରିଛି କମିଶନରେଟ୍ ପୋଲିସ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାକୁ ପୁନଃ ରୁଜୁ କରାଯାଇ ‘ସିଆଇଡି ସିବି ପିଏସ୍ କେସ୍ ନଂ ୦୯/୨୦୨୬, ତାରିଖ ୨୮.୦୭.୨୦୨୬’ ଭାବେ ରୁଜୁ କରାଯାଇଛି । ଏହି ମାମଲାରେ ବିଏନଏସ୍ ର ଧାରା ୩୦୫, ୩୧୬(୨), ୨୩୮(ସି), ୨୪୧, ଏବଂ ୬୧(୨)(ବି) ଅନ୍ତର୍ଭୁକ୍ତ କରାଯାଇଛି । କଟକ ସିଆଇଡି କ୍ରାଇମବ୍ରାଞ୍ଚର ଡିଏସପି ଆଶୁତୋଷ ମିଶ୍ରଙ୍କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଛି । ସେହିପରି ସିଆଇଡି ସିବିର ଏସପି ଅନିରୁଦ୍ଧ ରାଉତରାୟ ତଦନ୍ତ ପ୍ରକ୍ରିୟାର ତଦାରଖ ଓ ପରିଚାଳନା କରିବେ।
