ରାୟଗଡାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ

ରାୟଗଡାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ

ରାୟଗଡାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ । ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାରେ ଓଡିଶାରେ ୮୨୭ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ ହେବାକୁ ଥିବା ବେଳେ ପ୍ରାୟ ୧୬୯୮ କୋଟି ୪ ଲକ୍ଷ ଟଙ୍କାର ବ୍ଯୟବରାଦ କରାଯାଇଛି । ଏଥିମଧ୍ଯରୁ ଉପାନ୍ତ ରାୟଗଡ଼ା ଜିଲ୍ଲା ପାଇଁ ୨୭୪ଟି ପକ୍କା ସଡକ ନିର୍ମାଣ ହେବ ।ଏଥିପାଇଁ ୫୬୨ କୋଟି ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ସେହିପରି କେବିକେ ଅଞ୍ଚଳର କୋରାପୁଟରେ ୨୩ଟି, ମାଲକାନଗିରିରେ ୧୬୮, ନବରଙ୍ଗପୁର ଜିଲ୍ଲାରେ ୧୩୮, କନ୍ଧମାଳ ପାଇଁ ୧୫୩, ସମ୍ବଲପୁର ଜିଲ୍ଲାର ୧୯, କେନ୍ଦୁଝରରେ ୪୬ ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ଗ୍ରାମକୁ ପିଏମଜିଏସୱାଇ ରାସ୍ତା ନିର୍ମାଣ କରାଯିବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି । ଫଳରେ ଗ୍ରାମାଞ୍ଚଳରେ ଶିକ୍ଷା,ସ୍ବାସ୍ଥ୍ୟ ସମେତ ଗ୍ରାମୀଣ ବିକାଶ ହୋଇପାରିବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି ।ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ଗ୍ରାମୀଣ ବିକାଶ ହେବ। ଶିକ୍ଷା,ସ୍ବାସ୍ଥ୍ୟ,ଅର୍ଥନୈତିକ ସମୃଦ୍ଧି ସହ ଲୋକେ ସାମାଜିକ ନ୍ଯାୟ ପାଇପାରିବେ । ଏଥିପାଇଁ ରାୟଗଡାରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା-4ର ସ୍ବୀକୃତିପତ୍ର ହସ୍ତାନ୍ତର କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରାଜ୍ଯ ପାଇଁ ୬୩୦ କୋଟି ଏବଂ ଜଳଛାୟାର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇଇ ଯୋଜନାରେ ୩୦କୋଟି ଟଙ୍କାର ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ସେହିପରି ଆଜି ରାୟଗଡା ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯାଇଛି ।

Leave a Reply

Your email address will not be published. Required fields are marked *