ପୋଲିସର ବଡ଼ ଆକ୍ସନ

ଗିରଫ ହେଲେ ଚୌଦ୍ୱାର ଜେଲ୍‌ ସୁପରିଟେଣ୍ଡେଣ୍ଟ

ଗିରଫ ହେଲେ ଜେଲ ଅଧୀକ୍ଷକ । ଚୌଦ୍ଵାର ମଣ୍ଡଳ କାରାଗାର ସୂପରିଟେନ୍ଦେଣ୍ଟ ସୁଜିତ୍ ରାଉଳ ଗିରଫ । ଗିରଫ କଲା ଚୌଦ୍ଵାର ଥାନା ପୋଲିସ । ନିକଟ ଅତୀତରେ ସୁଜିତ୍ ରାଉଳଙ୍କ ଉପରୁ ଅନ୍ତରୀଣ ସୁରକ୍ଷା ହଟାଇ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁଜିତ୍ । ତାଙ୍କ ବିରୁଦ୍ଧରେ ଚୌଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ତତ୍କାଳୀନ ଜେଲର ସନ୍ତୋଷୀନି ଦାସ । ଇନ୍ ଆଉଟ୍ ରେଜିଷ୍ଟର ଏବଂ ମିନିଟ୍ ବୁକ୍ ରେ ଜାଲିଆତି ଅଭିଯୋଗ ଆଣିଥିଲେ ଜେଲର୍ । ଚୌଦ୍ଵାର ଜେଲରୁ ଦୁଇ ଅପରାଧୀ ଫେରାର ହେବା ପରେ ମୁଣ୍ଡ ଟେକି ଥିଲା ବିବାଦ ।

Leave a Reply

Your email address will not be published. Required fields are marked *