ନିଟ୍-ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୁପ୍ରିମ କୋର୍ଟ ଏନଟିଏକୁ କଡା କଟାକ୍ଷ କରିଛନ୍ତି । ଏହାକୁ ନେଇ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସିଙ୍କୁ ଅନେକ କଠିନ ପ୍ରଶ୍ନ ମଧ୍ୟ ପଚରାଯାଇଛି। ସୁପ୍ରିମ କୋର୍ଟ ଏନଟିଏକୁ ପଚାରିଥିଲେ ଯେ, ଏଭଳି ଗଡବଡି କିପରି ହେଲା?ଏହି ସମୟରେ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେତା କହିଥିଲେ ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହଲଫନାମା ଦାଖଲ କରାଯାଇଛି । ଏହି ଶୁଣାଣି ସମୟରେ ସୁପ୍ରିମ କୋର୍ଟ ପକ୍ଷରୁ ଡ଼ଃ ରାଧାକୃଷ୍ଣନଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା, ଯାହାଙ୍କ ଅଧ୍ୟକ୍ଷତାରେ ଏକ୍ସପର୍ଟ କମିଟି ଗଠନ କରାଯାଇଥିଲା।ଶୁଣାଣି ସମୟରେ ଜଷ୍ଟିସ ନରସିମ୍ହା କହିଥିଲେ ଯେ, ଆମେ ଦେଶର ଯୁବପିଢିଙ୍କୁ ନିରାଶ କରିବା ଉଚିତ୍ ନୁହେଁ। ଏହା ସେମାନଙ୍କ ପାଇଁ ବହୁତ ବଡ଼ ମାନସିକ ଚାପ, କାରଣ ଏହି ପରୀକ୍ଷା ପଛରେ ସେମାନଙ୍କର ବହୁତ ସମୟ ଓ ଭାବନା ଜଡିତ ଥାଏ।
ଏନଟିଏକୁ ସୁପ୍ରିମକୋର୍ଟଙ୍କ କଡା କଟାକ୍ଷ
