ଭୁବନେଶ୍ବରରେ ହତ୍ୟାକାଣ୍ଡ

ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା

ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ଖଣ୍ଡଗିରି ଥାନା ଠାରୁ ମାତ୍ର ୩ ଶହ ମିଟର ଦୂରରେ ହତ୍ୟା । ମୃତ ଯୁବକ ହେଲେ କୃଷ୍ଣ ପାଢ଼ୀ । ଘର ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳରେ । ନିଜ ବାପା ଓ ଭଉଣୀ ସହ ରହୁଥିଲେ । ମୃତକ ଜଣଙ୍କ ଏମବିଏ ପାଠ ପଢିଥିଲେ । ଗତକାଲି ରାତିରେ ପରିବାର ସହ ଶୋଇଥିବା ବେଳେ ଦୁଇଜଣ ମୁଖାପିନ୍ଧା ଦୁର୍ବୁର୍ତ୍ତ ଲୁହା ରଡ଼ ରେ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।ଗୁରୁତର ବାପା ଓ ଝିଅକୁ ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଛି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା ଜାରି ରଖିଛନ୍ତି । ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ବାଡ କ୍ରାଇମ ସ୍ପଟରେ ପହଞ୍ଚି ଚଳାଇଛି ଖୋଳତାଡ଼ ।

Leave a Reply

Your email address will not be published. Required fields are marked *