ସ୍ନାନବେଦିରେ ଜଗତ ଠାକୁର
ରତ୍ନବେଦି ଛାଡ଼ି ସ୍ନାନବେଦିରେ ବିଜେ ହେଲେ ଜଗତ ଠାକୁର। ସ୍ନାନବେଦିରେ କରିବେ ଲୀଳାଖେଳା । ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ଦର୍ଶନ କରିବେ ଶ୍ରଦ୍ଧାଳୁ । ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି । ଆଜି ଭୋର୍ ୫ରୁ ପହଣ୍ଡି ହୋଇ ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଛନ୍ତି । ଅପରାହ୍ଣ ୪ରୁ ହାତୀବେଶ ହେବା ପରେ ସନ୍ଧ୍ୟା ସାଢ଼େ ୭ରୁ ସାହାଣମେଲା ଦର୍ଶନ କରିବେ ଭକ୍ତ ।ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନର ସୁଯୋଗ ମିଳିବ । ରାତି ୧୦ଟା ବେଳକୁ ହାତୀ ବେଶ ମଇଲମ ହେବ। ରାତି ସାଢ଼େ ୧୧ଟାରୁ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ। ରାତି ସାଢ଼େ ୨ଟା ବେଳକୁ ସୁନାଚିତା ଓ ରାହୁରେଖା ମଇଲମ କରାଯିବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି ।
