ଦେଶରୁ ବିଦାୟ ନେଲା ମୌସୁମୀ
ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ । ଦକ୍ଷିଣ ଭାରତରେ ଉତ୍ତର-ପୂର୍ବ ମୌସୁମୀ ପ୍ରବେଶ । ଓଡ଼ିଶାରେ ଶୁଖିଲା ପାଗ ସହ ଆଗକୁ ଧୀରେ ଧୀରେ ଶୀତ ଆସିବ । ଭାରତୀୟ ପାଣିପାଗ ବିଭାଗ ବିଭାଗର ସୂଚନା ଅନୁଯାୟୀ, ଦେଶର ସମସ୍ତ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ଦେଶରେ ଋତୁ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳିଛି। ଉତ୍ତର-ପୂର୍ବ ମୌସୁମୀ ପ୍ରଭାବରେ ଦକ୍ଷିଣ ଭାରତର ତାମିଲନାଡୁ, ପୁଡୁଚେରୀ, କେରଳ, ଉପକୂଳ ଆନ୍ଧ୍ରପ୍ରଦେଶ, ରାୟଲସୀମା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ବର୍ଷା ଆରମ୍ଭ ହୋଇଯାଇଛି ।
