SI ପେପର ଲିକ୍ ରେ EDର ଚାଞ୍ଚଲ୍ୟକର ଖୁଲାସା

SI ପେପର ଲିକ୍ ମାମଲାରେ EDର ଆକ୍ସନ୍, ୧୨ଟି ସ୍ଥାନରେ ଚଢ଼ାଉ

SI ପେପର ଲିକ୍ ରେ EDର ଚାଞ୍ଚଲ୍ୟକର ଖୁଲାସା । ଓଡ଼ିଶା ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା EDର ବଡ଼ କାର୍ଯ୍ୟାନୁଷ୍ଠାନ । ଓଡ଼ିଶା ଓ ପଶ୍ଚିମବଙ୍ଗର ମୋଟ ୧୨ଟି ସ୍ଥାନରେ ଚଢ଼ାଉ କରିଛି EDର ଭୁବନେଶ୍ୱର ଜୋନାଲ ଅଫିସ୍। ଅକ୍ଟୋବର ୯, ୧୦ ଓ ୧୨ ତାରିଖରେ ହୋଇଥିବା ଏହି ତଲାସି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ ଉପକରଣ ଓ ଆର୍ଥିକ କାରବାର ସମ୍ପର୍କିତ ରେକର୍ଡ ଜବତ କରାଯାଇଛି। ଜବତ ସାମଗ୍ରୀଗୁଡ଼ିକର ଯାଞ୍ଚ ଜାରି ରହିଥିବା ED ପ୍ରେସ୍ ରିଲିଜ୍ ରେ ଦର୍ଶାଯାଇଛି । ଏହି ଚଢ଼ାଉରେ ଭୁବନେଶ୍ୱରସ୍ଥିତ ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍, ପଞ୍ଚସଫ୍ଟ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍, PSIL ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ଏବଂ ଏହି ସଂସ୍ଥାଗୁଡ଼ିକର ନିର୍ଦ୍ଦେଶକ ଓ ସହଯୋଗୀ ବ୍ୟକ୍ତିଙ୍କ ଠିକଣା ସାମିଲ ରହିଛି । ଅର୍ଥ ହେରଫେର ନିବାରଣ ଆଇନ ବା PMLA ଅଧୀନରେ ଏହି ତଲାସି କରାଯାଇଛି ।

Leave a Reply

Your email address will not be published. Required fields are marked *