ଆମିର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ

ଇମ୍ରାନ ଖାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ

ବଲିଉଡର ଷ୍ଟାର ଅଭିନେତା ତଥା ଆମିର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି । ମୁମ୍ବାଇର କ୍ରାନ୍ତି ମଇଦାନରେ ସିଇସିଙ୍କ ଇସ୍ତଫାକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନରେ ଭାଗ ନେଇଥିବା ଯୋଗୁଁ ଇମ୍ରାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ମିଳିଛି । ଅକ୍ଟୋବର ୨୮ ସୁଦ୍ଧା ତାଙ୍କୁ ଭାରତରୁ ବାହାରି ଯିବାକୁ କୁହାଯାଇଛି । ଏଥିପାଇଁ ନୋଟିସ ଜାରି ହୋଇଛି । ଇମ୍ରାନଙ୍କୁ ଏହି ନୋଟିସ ମୁମ୍ବାଇ ପୋଲିସ ପକ୍ଷରୁ ଦିଆଯାଇଛି । ନୋଟିସକୁ ରିସିଭ କରିଛନ୍ତି ଅଭିନେତା ।ମୁମ୍ବାଇ ପୋଲିସ ଅନୁସାରେ, ଇମ୍ରାନ୍ ଇମିଗ୍ରେସନ୍ ଆକ୍ଟ ଅନୁସାରେ ଭାରତର ନାଗରିକ ନୁହଁନ୍ତି । ତଥାପି ସେ ଦେଶରେ ଏକ ଆନ୍ଦୋଳନରେ ସାମିଲ ହୋଇଥିଲେ । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନ୍ୟ ଦିଗରେ ଇମ୍ରାନ ମୁମ୍ବାଇ ପୋଲିସ ପକ୍ଷରୁ ଜାରି ନୋଟିସକୁ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *