ନୂଆ ରୂପରେ ଆସିବ ମେଟ୍ରୋ
ମେଟ୍ରୋ ନେଇ ଆସିଲା ବଡ଼ ଖବର । ନୂଆ ରୂପରେ ଆସିବ ମେଟ୍ରୋ । ରାଜ୍ୟରେ ମେଟ୍ରୋର ଆବଶ୍ୟକତା ରହିଛି । ଏମିତି କହିଲେ ମନ୍ତ୍ରୀ । କେବଳ ଭୁବେନେଶ୍ୱର ପାଇଁ ନୁହେଁ। ଭୁବେନେଶ୍ୱର ସହ ପୁରୀ ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା କରୁଛନ୍ତି ସରକାର। ଏହା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଆଗାମୀ ଦିନରେ ଭୁବେନେଶ୍ୱର, ପୁରୀ, କଟକ ଓ ପାରାଦ୍ୱୀପ ଇକୋନୋମିକାଲ ରିଜନ ହେବ । ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ । ମେଟ୍ରୋକୁ ଆମ ସରକାର ବନ୍ଦ କରିନି ଏହାକୁ ସ୍ଥଗିତ ରଖାଯାଇଛି। ମେଟ୍ରୋ ପାଇଁ ଯାହା ପ୍ରକ୍ରିୟା ଦରକାର ଆମେ ଚାଲୁ ରଖିଛୁ । ମେଟ୍ରୋ କରିବା ପାଇଁ ବିକଳ୍ପ ରାସ୍ତାର ଆବଶ୍ୟକ । ଆମକୁ କେନ୍ଦ୍ର ସରକାରଙ୍କ ସହାୟତା ନେବାର ଅଛି ତାର ପ୍ଲାନ ଟେକନୋଲୋଜି ଆମକୁ ଗ୍ରହଣ କରିବାର ଅଛି ବୋଲି କହିଛନ୍ତି ମନ୍ତ୍ରୀ ।
