ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍
ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶନିବାର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଅପରାହ୍ଣ ୪ଟାରେ ୱେବସାଇଟରେ ମାଟ୍ରିକଫଳ ପ୍ରକାଶ ପାଇବ । ପରୀକ୍ଷାର୍ଥୀ ସନ୍ଧ୍ୟା ୬ଟାରେ ଅନଲାଇନ୍ ମାଧ୍ୟମରେ ଜାଣିପାରିବେ ରେଜଲ୍ଟ।ସେହିପରି ପ୍ରଥମ ଥର ପାଇଁ ଓଡ଼ିଆରେ ଦଶମ ପରୀକ୍ଷା ବୋର୍ଡ ସାର୍ଟିଫିକେଟ୍ ମିଳିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡ଼ିଆ ସହ ଇଂରାଜୀରେ ମଧ୍ୟ ସାର୍ଟିଫିକେଟ୍ ଉପଲବ୍ଧ ହେବ । ରାଜ୍ୟରେ ମାତୃଭାଷାକୁ ଅଧିକ ଗୁରୁତ୍ଵ ଦିଆଯାଇ ଏପରି ନିଷ୍ପତ୍ତି ନିଆଯାଇଥିବା କହିଲେ ମନ୍ତ୍ରୀ । ସେପଟେ ଆସନ୍ତାକାଲି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ୍ ଫଳ । କାଲି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ବାହାରିବ । ଏହା ସହିତ ମଧ୍ୟମା ପରୀକ୍ଷା ଫଳ ମଧ୍ୟ କାଲି ପ୍ରକାଶ ପାଇବ । କାଲି ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍ରେ ଫଳ ଦେଖିପାରିବେ । ପରୀକ୍ଷାର୍ଥୀ bseodisha.ac.in ଓ bseodisha.nic.inରେ ରେଜଲ୍ଟ ଦେଖିପାରିବେ । ଏହାସହ SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ ।
