ଭୁଶୁଡ଼ିଲା ମାରୁତି ମନ୍ଦିରର ସଭାମଣ୍ଡପ ଛାତ, ୭ ମୃତ
ମହାରାଷ୍ଟ୍ର ପରଭଣୀ ଜିଲ୍ଲାର ମାନବତ ତହସିଲ ସ୍ଥିତ ପ୍ରସିଦ୍ଧ ଯଶୱାଡି ମାରୁତି ମନ୍ଦିର ପରସରରେ ବଡ଼ ଅଘଟଣ । ମନ୍ଦିର ସାମ୍ନାରେ ତିଆରି ହୋଇଥିବା ସଭା ମଣ୍ଡପ ଭୁଶୁଡ଼ି ପଡିବାରୁ ଅନେକ ଶ୍ରଦ୍ଧାଳୁ ଚାପି ହୋଇଥିବା ଆଶଙ୍କା କରାଯାଉଛି । ୩୦ରୁ ୪୦ ଜଣ ଶ୍ରଦ୍ଧାଳୁ ଚାପିହୋଇଥିବା ଆଶଙ୍କା କରାଯାଉଛି । ଘଟଣାରେ ଅନେକ ଆହତ ହୋଇଛନ୍ତି । ଦୁର୍ଘଟଣାରେ ବର୍ତ୍ତମାନ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦-୪୦ ଜଣ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି ।
